ମା ତଳ ବ୍ୟାଘ୍ରଦେବୀ

ମା ତଳ ବ୍ୟାଘ୍ରଦେବୀ

ଲୋକ ବିଶ୍ଵାସରେ ମା ବ୍ୟାଘ୍ରଦେବୀ

             କୋଉ ଅନାଦି କାଳରୁ ଆଦିମ ସଂସ୍କୃତିର ବାର୍ଭାବହ ଓ ଏଇ ଘୁମୁସର ମାଟି। ଏହି ରାଜ୍ୟ କନ୍ଧ, ସଉରାଙ୍କ ପରି ବହୁ ଆଦିବାସୀଙ୍କ ଶାସିତ ରାଜ୍ୟଥିଲା। ମାଆ ବ୍ୟାଘ୍ରଦେବୀଥିଲେ ସେମାନଙ୍କର ଇଷ୍ଟଦେବୀ, ପର ମୁହୂର୍ତ୍ତରେ ଭଞ୍ଜରାଜବଂଶ ଶାସନ ସମୟରେ ଓ କନ୍ଧରାଜାଙ୍କ ଅନୁରୋଧ କ୍ରମେ ବ୍ୟାଘ୍ରଦେବୀ ପରମୁହୂର୍ତ୍ତରେ ଭଞ୍ଜରାଜାଙ୍କ ଉଆସ (ଗଡ) ଦେବୀ ହୋଇ ପୂଜା  ପାଇଲେ । ଦେବୀ ନାନା ଆପଦ ବିପଦରୁ ଗଡ଼କୁ ରକ୍ଷାକରନ୍ତି। ପୂର୍ବେ ଭଞ୍ଜରାଜ ବଂଶ ପରିବାର ଓ  କର୍ମଚାରୀ ମାନେ ହିଁ ମାଆଙ୍କୁ ଦର୍ଶନ କରିବାର ସୁଯୋଗ ପାଉଥିଲେ । ରାଜା, ପାଇକ, ସନ୍ୟ ସIମନ୍ତଗଣ ଯୁଦ୍ଧ କ୍ଷେତ୍ରକୁ ଗଲାବେଳେ ମାଆଙ୍କ ଆଶୀର୍ବାଦ ନେଇ ଜୟଲାଭକରୁଥିଲେ । ଆଗରୁ ବ୍ୟାଘ୍ରଦେବୀଙ୍କ  ମନ୍ଦିର ଗଡ଼ ମଧ୍ଯରେ  ନଥିଲା  । ପ୍ରତିଦିନ ପୂଜକ ପାହାଡ଼ ଉପରକୁ ଯାଇ ଦେବୀଙ୍କ ପୂଜା କରି ଫେରୁଥିଲେ। ଦିନେ ସେ ପୂଜା ସାରି ନିଜ ପୂଜା ଢ଼ାଳଟି ମାଆଙ୍କ ପାଖରେ ଛାଡ଼ିଦେଇ ଫେରୁଥିଲେ, ଅଳ୍ପରାସ୍ତା ଆସିଛନ୍ତି ଏକଥା ପୂଜକଙ୍କ ହଠାତ୍ ମନେପଡ଼ିଗଲା। ସଂଗେ ସଂଗେ ସେ ପାହାଡ଼ଚଢ଼ି ଢ଼ାଳଟି ଆଣିବା ପାଇଁ ଦେବୀଙ୍କ ନିକଟକୁ ଗଲାବେଳେ ସେଠାରେ ଦେବୀ ତାଙ୍କ ଚଣ୍ଡୀ ଚାମଣ୍ଡାଙ୍କୁ ସାଙ୍ଗରେ ଧରିଭୋଜନ କରୁଛନ୍ତି ! ଏକଥା ପୂଜକ ସେଠାରେ ହଠାତ୍ ଦେଖିଲା ପରେ ଭୟରେ ଥରିବାକୁ ଲାଗିଲେ। ହାତଯୋଡ଼ି ଅନ୍ତରରେ ମାଆଙ୍କୁ ଆକୁଳ ପ୍ରାର୍ଥନା କଲେ ! ନିଜର ଭୁଲ  ହୋଇଥିବା କଥା ବାରମ୍ବାର ମାଆଙ୍କୁ କହି କ୍ଷମା ପ୍ରାର୍ଥନା କଲେ। ଏହାପରେ ମାଆ କହିଲେ – ତୁ’ ମୋ’ ପୂଜକ ବୋଲି ତୋତେ ତ ଛାଡ଼ିଦେଲି। ହଁ, ମନେରଖ ମୁଁ ଏଇ ଢ଼ାଳଟିକୁ (ଲୋଟା) ତଳକୁ ଫୋପାଡ଼ି ଦେଉଅଛି। ଏହି ଢ଼ାଳଟି ଯେଉଁଠାରେ ପଡ଼ିବ ତୁ ମୋତେ ସେହି ଠାରେ ପୂଜା କରିବୁ। ଏକଥା ଶୁଣି ପୂଜକ ପୁଣି କରଯୋଡ଼ି କହିଲେ ମାଆ ମୁଁ ତୁମର ପ୍ରତିମୂର୍ତ୍ତି କେଉଁଠୁ ପାଇବି ? ମାଆ କହିଲେ ତୁ ଅନ୍ତରରେମୋର ମନ୍ତ୍ରପାଠକଲେ ସେହି ଢ଼ାଳରୁ ମୁଁ ପ୍ରସନ୍ନ ହେବି ! ତଳେ ସାନ ଭଉଣୀ ହିସାବରେ ପୂଜା ପାଇବି। ଢ଼ାଳଟି ରାଜ ଉଆସ ମଧ୍ଯରେ ପଡ଼ିଥିବାର ପୂଜକ ଦେଖି ମନ୍ତ୍ରପାଠକଲେ ! ଦେବୀ ପ୍ରସନ୍ନ ହେଲେ ! ଏହି କଥା ରାଜାଙ୍କୁ ସ୍ଵପ୍ନାଦେଶ ହେଲା। ସେହିଦିନ ଠାରୁ ସେଠାରେ ରାଜାଙ୍କ ଗଡ଼ ଦେବତୀ ହିସାବରେ ମାଆ ପୂଜା ପାଇ ଆସିଲେ। ମାଆ ଏଠି ବଡ଼ରାଉଳ ଓ ଉପର ବ୍ୟାଘ୍ରଦେବୀଙ୍କୁ ମୁଖକରି ପୂଜା ପାଇଆସୁଅଛନ୍ତି । ତେଣୁ ତଳବ୍ୟାଘ୍ର ଦେବୀଙ୍କୁ ପୂଜା କଲେ ସର୍ବଦେବାଦେବୀଙ୍କ ଫଳ ପ୍ରାପ୍ତି ହେବା କଥା ଭକ୍ତଙ୍କ ମୁଖରୁ ଶୁଣାଯାଏ।

                                                               ଜୟ  ମା ବ୍ୟାଘ୍ରଦେବୀ I

ଦେବୀଙ୍କ ଦୈନିକ ପୂଜାର୍ଚ୍ଚନା

   ଦେବୀଙ୍କୁ ପ୍ରତ୍ୟହ ସକାଳୁ ମଙ୍ଗଳ ଆଳତୀ ପରେ ଶ୍ରୀକର୍ପୂର, ରକ୍ତଚନ୍ଦନ, କୃଷ୍ଣଚନ୍ଦନ, ସ୍ଵେତଚନ୍ଦନ, କସ୍ତୁରୀ, କୁଙ୍କୁମ ଗୋରଚନା, ରକ୍ତସିନ୍ଦୁର, କଙ୍କୁମଫୁଲ ଆଦି ମିଶ୍ରିତ ଜଳରେ ଦେବୀଙ୍କୁ ‘ଶ୍ରୀସୁକ୍ତ ସ୍ନାନ’ ମାଜଣା କରାଯାଏ। ଏହାପରେ ଧୂପ, ଦୀପ, ଗନ୍ଧପୁଷ୍ପ , ନୈବେଦ୍ୟ ଅର୍ପଣପରେ ଆଳତୀ ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥାଏ। ମୁକ୍ତସ୍ନାନ, ସନ୍ଧ୍ୟାରେ ଅଷ୍ଟଗନ୍ଧ ଜଳରେ ଆଳତୀ, ପୁଷ୍ପାଞ୍ଜଳି, ନୈବେଦ୍ୟ , ଅର୍ପଣ କରାଯାଇଥାଏ। ମାଆ ପ୍ରତ୍ୟହ ସ୍ନାନ ମାଜଣା ପରେ ଅଳଂକାର ମାନ ଧାରଣ କରିବା ସହ ତିଥି ଓ ବାର ଅନୁସାରେ ସ୍ୱତନ୍ତ୍ରରଙ୍ଗର ପାଟଲୁଗା ଆଦି ଧାରଣ କରିଥାନ୍ତି । ଯଥା ରବିବାର  ହଳଦିଆ ପାଟ, ଶନି ଓ ମଙ୍ଗଳବାର – କଳାପାଟ ଧାରଣ କରିବା ସହ ଅନ୍ୟଦିନ ମାନଙ୍କରେ ଲାଲ୍ ଛିଟଲୁଗା ଧାରଣ କରି ଥାନ୍ତି । ପ୍ରକାଶ ଥାଉକି ମାଆ ପ୍ରତି ମାସନ୍ତରେ କଳାରଙ୍ଗର ପାଟ ପରି ଧାନ କରିଥାନ୍ତି ।

ବାଗ୍‌ଦେବୀ ଯୁବକ ସଂଘ – ସେବା, ସମର୍ପଣ ଓ ସଫଳତାର ଯାତ୍ରା

୧୯୮୨ରେ କିଛି ଉତ୍ସାହୀ ଯୁବକଙ୍କ ସହଭାଗୀତାରେ “ବାଗ୍‌ଦେବୀ ଯୁବକ ସଂଘର ଆରମ୍ଭ ହେଲା। ଆଜି, ଦୀର୍ଘ ୪ ଦଶକ ଧରି, ସଂଘ ଧାର୍ମିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖୁଛି।

  • ପ୍ରଥମ କାର୍ଯ୍ୟ: ପୂଜା ପାଳନ ସହ ସମାଜସେବା, ମନ୍ଦିର ଉନ୍ନତିରେ ପ୍ରାରମ୍ଭିକ ପଦକ୍ଷେପ।
  • ରେଜିଷ୍ଟ୍ରେସନ୍: ସରକାରୀଭାବେ 1991-92ରେ (GJM-298/91-92) ସଂଘ ପଞ୍ଜୀକୃତ।

ପ୍ରମୁଖ କାର୍ଯ୍ୟକ୍ରମ

() ମନ୍ଦିର ଉନ୍ନତି:

  • ପ୍ରାଚୀର, ମାର୍ବଲିକରଣ, ସିମେଣ୍ଟ ଚଟାଣ।
  • ରୋଷେଇଶାଳ, ଭୋଜନ ମଣ୍ଡପ, କଲ୍ୟାଣ ମଣ୍ଡପ, ପ୍ରଜାପତି ମଣ୍ଡପ, ମୁଣ୍ଡନ ମଣ୍ଡପ।
  • ପୁରୁଣା ଯଜ୍ଞମଣ୍ଡପ ନବୀକରଣ।
  • ବଡ଼ ଯାତ୍ରୀନିବାସ ନିର୍ମାଣ।
  • ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମା ଓ ମଣ୍ଡପ ସ୍ଥାପନ।
  • ପାଣି, ଶୌଚାଳୟ, ପରିସ୍ରାଗାର, ପଦପ୍ରକ୍ଷାଳନ ବ୍ୟବସ୍ଥା।
  • ବିରାଟ ତୋରଣ, ସିଂହମୁଖ ଦ୍ୱାର ନିର୍ମାଣ।

() ସାଂସ୍କୃତିକ ଶିକ୍ଷାଗତ କାର୍ଯ୍ୟକ୍ରମ:

  • 1983ରେ ପ୍ରଥମେ ଭଞ୍ଜଜୟନ୍ତୀ ପାଳନ (ଗୌରୀ କୁମାର ବହ୍ମାଙ୍କ ପୌରୋହିତ୍ୟରେ)।
  • ଭଞ୍ଜ ସଙ୍ଗୀତ, ନୃତ୍ୟ, ସଂସ୍କୃତିକ କାର୍ଯ୍ୟକ୍ରମ।
  • ବାର୍ଷିକ ଉତ୍ସବ ଓ ଜାତୀୟ ପର୍ବରେ ଛାତ୍ରଛାତ୍ରୀ ପ୍ରତିଯୋଗିତା ଓ ପୁରସ୍କାର।
  • କୁଲାଡ଼ ଅଞ୍ଚଳର ସମସ୍ତ ସ୍କୁଲରେ ମେଧାବୀ ଛାତ୍ରଛାତ୍ରୀ ଓ ଶ୍ରେଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସମ୍ମାନ।
  • ଅଞ୍ଚଳବାସୀଙ୍କ ମଧ୍ୟରେ ସାହିତ୍ୟ-ସଂସ୍କୃତି ପ୍ରଚାର।

ବାଗ୍‌ଦେବୀ ଯୁବକ ସଂଘ 43 ବର୍ଷରେ ମନ୍ଦିର ଉନ୍ନତି, ସମାଜସେବା, ସାଂସ୍କୃତିକ ଏବଂ ଶିକ୍ଷାଗତ କାର୍ଯ୍ୟରେ ଅବିଚଳିତ ଉଦ୍ୟମରେ ସଫଳ ରୂପାୟନ କରିଛି।

Scroll to Top